President Draupadi Murmu Visits Kantilonilamadhab

କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ରାଜ୍ୟପାଳ ହରିବାବୁ କୁମ୍ଭପତି , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀ ନୀଳମାଧବ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି ।

FOR VIDEO CLIK THE LINK BELOW…

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ସୋମବାର ପହଞ୍ଚିବା ପରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଣ୍ଟିଲୋରେ ପହଞ୍ଚି ନୀଳମାଧବ ମନ୍ଦିରରେ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଅପରାହ୍ନ ୩ଟା ୧୫ରେ ନୟାଗଡ ଜିଲ୍ଲାର କଣ୍ଟିଲୋରେ ଥିବା ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଦିବ୍ୟ ଦର୍ଶନ ପାଇଁ ମନ୍ଦିର ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ଏବଂ ପ୍ରଭୁ ଶ୍ରୀ ନୀଳମାଧବଙ୍କ ପିତ୍ତଳ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଥିଲା। 

ମନ୍ଦିରରେ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ ପରେ ଶବର ରାଜା ବିଶ୍ୱାବସୁଙ୍କ ଗ୍ରାମ କାଳିଆପଲ୍ଲୀ ପରିଦର୍ଶନ କରିଥିଲେ । କାଳିଆପଲ୍ଲୀରେ ସେ ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ  ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ପରେ ଏକ ସାଧାରଣ ସଭାରେ ବହୁ ଜନସମାଗମଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାମହିମଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ସ୍ଥାନୀୟ ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ ମଧ୍ୟ ସାମିଲ୍ ଥିଲେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅପରାହ୍ଣ ୧ଟାରୁ ନୀଳମାଧବ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏଥିସହ ସୁରକ୍ଷା ଦୃଷ୍ଟିରୁ କଣ୍ଟିଲୋ ବଜାର ଅଞ୍ଚଳକୁ ନୋ ଫ୍ଲାଇଁ ଜୋନ ଘୋଷଣା କରାଯାଇଥିଲା । ରାଷ୍ଟ୍ରପତିଙ୍କ ୩ ଘଣ୍ଟାର ରହଣୀ କାର୍ଯ୍ୟକ୍ରମ ରହିଥିବାରୁ ହେଲିପ୍ୟାଡ୍‌ ଠାରୁ ପୂର୍ତ୍ତ ବିଭାଗ IB ଏବଂ ନୀଳମାଧବଙ୍କ ମନ୍ଦିର ଏବଂ କାଳିଆ ପଲ୍ଲୀ ଗାଁରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼, କଣ୍ଟିଲୋରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ଭୁବନେଶ୍ୱରରେ ୧୨ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଥିଲା। ସୁରକ୍ଷା କାର୍ଯ୍ୟରେ ତିନି ଜଣ ଡିସିପି ରାଙ୍କ ଅଧିକାରୀ, ତିନି ଜଣ ଏଡିସିପି, ୧୪ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର ଏବଂ ୧୧୦ଜଣ ସବ୍ ଇନ୍ସପେକ୍ଟର ନିୟୋଜିତ ହୋଇଥିଲେ । ରାଷ୍ଟ୍ରପତି ଆସନ୍ତାକାଲି ମଙ୍ଗଳବାର ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *