OERC, odisha

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି-OERC ) ସୋମବାର ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା କରିଛି। ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା । ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏଥିସହ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ଆଉ ଦେବାକୁ ପଡିବନି ମିଟର ଭଡ଼ା । ୨ କିଲୋ ୱାଟ୍ ଯାଏ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ହୋଇଛି । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନି ।

ସଦ୍ୟତମ ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡା ଦେବାରୁ ମୁକ୍ତ ହେବେ। ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ। ଯାହା ସେମାନଙ୍କର ସାମଗ୍ରିକ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ । 

ଏହା ସହିତ, ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ, ଡିଜିଟାଲ ପେମେଣ୍ଟ ପଦ୍ଧତି ମାଧ୍ୟମରେ ପୈଠ କରାଯାଇଥିବା ବିଦ୍ୟୁତ ବିଲ୍ ଉପରେ ୪% ରିହାତି ଜାରି ରହିବ। ଏହି ପଦକ୍ଷେପର ଲକ୍ଷ୍ୟ ନଗଦହୀନ କାରବାରକୁ ଉତ୍ସାହିତ କରିବା ଏବଂ ଗ୍ରାହକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରିବା।

ବିଦ୍ୟୁତ୍ ଦର ବଢ଼ିବ ନା କମିବ ନା ଅପରିବର୍ତ୍ତିତ ରହିବ, ତା’ ଉପରେ ରହିଥିଲା ସମସ୍ତଙ୍କ ନଜର । OERC ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରେ ବୋଲି ଆଶା କରାଯାଉଥିଲା । ତାହା ହିଁ ହୋଇଛି । ଶେଷରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ଘୋଷଣ କରିଛି OERC  ।

Leave a Reply

Your email address will not be published. Required fields are marked *