2025 all zodiac predictions

ଆସିଯାଇଛି ନୂଆବର୍ଷ ୨୦୨୫ । ନୂଆବର୍ଷରେ ଅନେକ ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହି ବର୍ଷ ଖୁବ୍‌ ଶୁଭ ହେବାକୁ ଯାଉଛି। ନୂଆବର୍ଷରେ ଶନି, ଗୁରୁ, ରାହୁ-କେତୁଙ୍କ ସମେତ ଅନ୍ୟ ଗ୍ରହ ମଧ୍ୟ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ। ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ତେବେ ଆସନ୍ତୁ ଜାଣିବା ମେଷ ଠାରୁ ମୀନ କାହାର କେମିତି କଟିବ ଏ ନୂଆବର୍ଷ ୨୦୨୫

ପ୍ରତ୍ୟକ ରାଶି ତଳେ ଭିଡ଼ିଓ ରହିଛି I

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ୨୦୨୫ ଖୁବ୍‌ ଶୁଭଙ୍କର ହେବ। ଆର୍ଥିକ ସ୍ଥିତି ବେଶ ମଜଭୁତ ହେବ । ଅନେକ ଅଟକି ଥିବା କାମ ପୂରଣ ହେବ। ୨୪ ଅଗଷ୍ଟ ପରେ ଏକ ବଡ ମନ ପସନ୍ଦର କାମରେ ସଫଳତା ମିଳିବ। ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ। ମଧୁମେହ ରୋଗୀ ମାନେ ଅଗଷ୍ଟରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହୁଅନ୍ତୁ । ଶିକ୍ଷା ଓ କର୍ମକ୍ଷେତ୍ର ଦୃଷ୍ଟିରୁ ନୂଆବର୍ଷ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ବିଦେଶ ଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପ୍ରଭୁ ଶିବ ଶଙ୍କରଙ୍କ ଉପାସନା କରିବା ଦ୍ୱାରା ବିଳମ୍ବ ହେଉଥିବା ଯୁବକ ଯୁବତୀଙ୍କ ବିବାହ ଶୀଘ୍ର ହେବ। ନୂଆ ଘର ନିର୍ମାଣ କିମ୍ବା କାର୍ କିଣିବାର ସ୍ବପ୍ନ ପୂରା ହେବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ସମସ୍ତ ସମସ୍ୟା ଦୂର ହୋଇଯିବ ।

ବୃଷ – ଆର୍ଥିକ ଦୃଷ୍ଟିରୁ ଏହି ରାଶି ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ। ଧନ ପ୍ରାପ୍ତି ହେବ । ଗୃହ ନିର୍ମାଣ କରିବାର ଯୋଗ ରହିଛି । ଏଥିରେ ସଫଳତା ମିଳିବ । ସୁନା ଓ ହୀରା ଆଭୂଷଣ କିଣିବାର ଯୋଗ ରହିଛି । ମା’ଲକ୍ଷ୍ମୀଙ୍କ ସରଳ ମନ୍ତ୍ର ପ୍ରତି ଶୁକ୍ରବାର ଜପ କରିବା ଦ୍ୱାରା ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ। ବିଦେଶ ଯାତ୍ରାର ମଧ୍ୟ ଯୋଗ ଅଛି। ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଆସିପାରେ। ଛାତ୍ରଛାତ୍ରୀ ସଫଳତା ପାଇବେ। ଚାକିରିରେ ପଦନ୍ନୋତିର ଯୋଗ ରହିଛି । ନୂଆ ପଦ ମିଳିବ। ବେପାରୀ କ୍ଷତି କରିପାରନ୍ତି। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ମଇରୁ ସେପ୍‌ଟେମ୍ବର ମାସ ଭିତରେ ପୁଞ୍ଜି ବଜାର, ସୁନା ଓ ଜମିରେ ନିବେଶ ଲାଗି ଆଗେଇ ଆସନ୍ତୁ, ଯଥେଷ୍ଟ ଲାଭ ହେବ। ଗଣମାଧ୍ୟମ, କଳା ସଙ୍ଗୀତ, ଟ୍ରାଭେଲ୍‌ଏଜେନ୍ସି, ବିଜ୍ଞାପନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ଓ ଲାଭ ପାଇବେ। ଅଫିସ୍‌ରେ ଆପଣ ଅନ୍ୟମାନଙ୍କ ଠାରୁ ଅଲଗା କାମ କରିବାର ଶୈଳୀ ପାଇଁ ଦୃଷ୍ଟି ଆକର୍ଷଣ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଅଧିକ ଶୁଭଫଳ ପାଇଁ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଦୀପ ଲଗାଇବା ସହ ହନୁମାନ ଚାଳିଶା ପାଠ କରନ୍ତୁ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୫ ସଫଳତା ନେଇ ଆସିବ। ନୂଆ ବ୍ୟବସାୟରେ କାମ ଆରମ୍ଭ କରିବେ । ଗୃହ ସହ ଜଡିତ ଥିବା କିଛି କାର୍ଯ୍ୟ ପୂରଣ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଶୁଭଙ୍କର ରହିବ । ମାତ୍ର ଜୁନ୍‌, ମେ’, ଅକ୍ଟୋବରରେ ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିଛି । ନୂଆ ନୂଆ ସୁଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ଏହାସହ ପ୍ରେମ ବିବାହର ଯୋଗ ମଧ୍ୟ ରହିଛି । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ । ସରକାରୀ ଚାକିରିଆ ପଦୋନ୍ନତି ସହ ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବ। ଟେଲି କଳାକାର, ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବହୁତ ଉନ୍ନତି କରିବେ। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ଭଲଭାବେ ନିର୍ବାହ କରିବେ। ଜୀବନସାଥୀର ମାନସିକ ଅସୁସ୍ଥତା ଆପଣଙ୍କ ବୈବାହିକ ଜୀବନକୁ ଅଶାନ୍ତ କରିପାରେ। ଅବିବାହିତଙ୍କ ଲାଗି ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। ଅଧିକ ଶୁଭଫଳ ପାଇଁ ପ୍ରତି ବୁଧବାର ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବ । ପ୍ରାରମ୍ଭିକ ୨ ମାସ ଅଧିକ ଶୁଭଫଳ ମିଳିବ । ଧନ ପ୍ରାପ୍ତି ସହ ମାନ-ସମ୍ମାନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ। ଧାର୍ମିକ ଯାତ୍ରାର ଯୋଗ ରହିଛି । ସନ୍ତାନଙ୍କ ସଫଳତା ପାଇଁ ମନ ଖୁସି ରହିବ। ଜୀବନରେ ଉନ୍ନତି ହେବ ।ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ରଛାତ୍ରୀ ଭଲ ଜାଗାରେ ଚାକିରି ପାଇବେ। ଯୋଗ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ। ଜାନୁଆରି, ଫେବ୍ରୁଆରି ଓ ଅଗଷ୍ଟ ମାସରେ ସଂକ୍ରାମକ ରୋଗ, ଖାଦ୍ୟ ବିଷାକ୍ତତା ଓ ଶରୀରରେ ଆଘାତ ଲାଗିବାର ଆଶାଙ୍କା ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ଫଳ ଦେବ । ପ୍ରଭୁ ଶିବଶଙ୍କରଙ୍କ ପୂଜା ସହ ରୁଦ୍ରାଭିଷେକ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ – ନୂଆବର୍ଷ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହେବ । ଅକ୍ଟୋବର ଓ ନଭେମ୍ବର ମାସରେ ଘର କିଣିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପେଟ ଜନିତ ସାମାନ୍ୟ ସମସ୍ୟା ଆସିପାରେ । ଧନର ଆଗମନ ହେବ । ବୈବାହିକ ଜୀବନ ସୁଖମୟ ହେବ । ଯେଉଁ ମହିଳାମାନେ କ୍ଷୁଦ୍ର ଉଦ୍ୟୋଗ କରିବାକୁ ପ୍ରୟାସ ଜାରି ରଖିଛନ୍ତି ସେମାନେ ସରକାରୀ ସହଯୋଗ ପାଇପାରିବେ। ବହୁରାଷ୍ଟ୍ରୀୟ କଂପାନିରେ ଚାକିରି କରୁଥିବା ଇଂଜିନିୟରମାନଙ୍କର ବେତନ ବୃଦ୍ଧି ବା ପଦୋନ୍ନତି ହେବ। ଜମି କିଣିବେ କିମ୍ବା ନୂଆ ଘର ନିର୍ମାଣ କରିବେ। ଘରର ପରିବେଶ ସକାରାତ୍ମକ ରହିବ। ଆପଣଙ୍କ ସନ୍ତାନ କିଛି ଏଭଳି କାମ କରିବେ ଯାହାଦ୍ବାରା ପରିବାରର ନାମ ଉଜ୍ଜ୍ବଳ ହେବ। କାର୍ଯ୍ୟରେ ସଫଳତା ପାଇଁ ଆପଣଙ୍କ ରାଶି ସ୍ୱାମୀ ଗ୍ରହ ସୂର୍ଯ୍ୟଦେବଙ୍କୁ ନିୟମିତ ଜଳ ଅର୍ପଣ କରନ୍ତୁ ।

କନ୍ୟା – ଏହି ବର୍ଷ ଆପଣଙ୍କ ପାଇଁ ସଫଳତାର ବର୍ଷ ହେବ । ଧନର ଆଗମନ ହେବ । ଅଟକି ଥିବା କାମ ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାତ୍ର ଚକ୍ଷୁ ଓ ଶ୍ୱାସ ଜନିତ ସମସ୍ୟା ହୋଇପାରେ । ବିଦ୍ୟାର୍ଥୀ ଅଧିକ ପରିଶ୍ରମ କରନ୍ତୁ । ପ୍ରେମରେ ସଫଳତା ମିଳିବ । ଅନ୍ୟମାନଙ୍କ ସହିତ ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ମାର୍ଚରୁ ଡିସେମ୍ବର ମାସ ମଧ୍ୟରେ ବେପାର ଉଦ୍ୟୋଗରେ ଅଧିକ ସଫଳତା ଓ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଇଂଜିନିୟରିଂ, ଫିଲ୍ମ ଉଦ୍ୟୋଗ ଓ ଇସ୍ପାତ ସଂପର୍କିତ କାମ କରୁଥବା ବ୍ୟକ୍ତିମାନଙ୍କ ପାଇଁ ସଫଳତାର ନୂଆ ମାର୍ଗ ଖୋଲିବ। ଚାକିରିଜୀବୀଙ୍କ ଭାଗ୍ୟ ଉଜ୍ଜ୍ବଳ। ପଦୋନ୍ନତି ସହ ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବେ। ନୂଆ ଗୃହ ସଂପତ୍ତି କିଣିବେ। ପାରିବାରିକ ଜୀବନରେ ସ୍ପଷ୍ଟତା ରହିବ। ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରଭୁ ଶିବଙ୍କୁ ଉପାସନା ସହ ଦାନ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସଫଳତା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ମାର୍ଚ୍ଚ, ମେ’, ନଭେମ୍ବର ମାସରେ ଧନ ବର୍ଷା ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅସହାୟଙ୍କୁ ଦାନ କରନ୍ତୁ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ବର୍ଷ ଆରମ୍ଭରୁ ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ହିଁ ଆପଣଙ୍କୁ ସଫଳ କରାଇବ। ଧୀରେ ଧୀରେ ଆପଣଙ୍କ ପାଖକୁ ଅଲଗା ଅଲଗା କ୍ଷେତ୍ରରୁ ଧନ ଆସିବ। ଜମି କାରବାର, କମିସନି କାରବାର ଓ ବେପାର କରୁଥିବା ବ୍ୟକ୍ତିମାନେ ପ୍ରଚୁର ଲାଭ ପାଇବେ। ତୁଳାରାଶିର କିଛି ମହିଳା ବିୟୁଟି, ଫେସନ୍‌, ଡ୍ରେସ୍‌ ଡିଜାଇନିଂ ଶିଖିବେ ଏବଂ ସୋସିଆଲ୍‌ ମିଡିଆରେ ନୂଆ କିଛି କରିବେ। ଚାକିରିରେ ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହୋଇପାରନ୍ତି। ଫେବ୍ରୁଅ‌ାରି, ଅଗଷ୍ଟ ଓ ଡିସେମ୍ବର ମାସରେ ବାପା ମାଆଙ୍କ ସ୍ବାସ୍ଥ୍ୟ, ଘରର ସୌନ୍ଦର୍ଯ୍ୟକରଣ ଏବଂ ଇଲେକ୍ଟ୍ରିକ୍ କାର୍ କିଣିବାରେ ଖର୍ଚ୍ଚ କରିବେ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଉନ୍ନତି ହେବ । ଟଙ୍କା ସଠିକ୍‌ କାମରେ ଖର୍ଚ୍ଚ ହେବ । ଧନୁ କିମ୍ବା ମୀନ ରାଶି ବ୍ୟକ୍ତି ବିଶେଷ ସହଯୋଗ କରିବେ । ମାସେ କିମ୍ବା ୨ ମାସ ଉତ୍ଥାନ ପତନ ସମୟ ଆସିପାରେ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ । ବର୍ଷର ଶେଷାର୍ଦ୍ଧରେ ଆପଣଙ୍କର ଆୟ ଲଗାତାର ଭାବରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟ ଓ ବିଦେଶ ମଧ୍ୟ ଯାଇପାରନ୍ତି। ସରକାରୀ ପ୍ରୋଜେକ୍ଟରୁ ଯଥେଷ୍ଟ ଧନଲାଭର ଯୋଗ ଅଛି। ଚାକିରିରେ କରି ଆସୁଥିବା ଭଲ କାମ ପାଇଁ ଆପଣଙ୍କର ପଦୋନ୍ନତି ହେବ କିମ୍ବା ପୁରସ୍କାର ପାଇବେ। ସ୍ବାସ୍ଥ୍ୟ, ରାଜନୀତି, ଆଇନ, ‌ସମାଜସେବା ଓ ଲେଖାଲେଖି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ଅବସର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ରହିବ। ସପରିବାର କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ। ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଅଟକି ଥିବା କାମ ପୂରଣ ହେବ । ମେଷ, କର୍କଟ, ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରେ ବର୍ଷ ଉତ୍ତମ ରହିବ । ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଚିନ୍ତିତ ରଖିପାରେ । କାମରେ ସଫଳତା ମିଳିବ । ଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ବର୍ଷର ଶେଷାର୍ଦ୍ଧରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଠିକାଦାରି ଓ କମିସନି କାରବାର କରୁଥିବା ବ୍ୟକ୍ତିମାନଙ୍କ ଲାଗି ବର୍ଷଟି ଭଲ ରହିବ। ଚାକିରିରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ବଦଳିଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି। ପରିବାରରେ କୌଣସି ପ୍ରକାର ବାଦବିବାଦ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ।

ମକର – ୨୦୨୫ ନୂଆବର୍ଷ ଧନ ପ୍ରାପ୍ତି ପାଇଁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ବ୍ୟବସାୟରେ କିଛି ପରିବର୍ତ୍ତନ ଆଣି ଯଥେଷ୍ଟ ସଫଳତା ପାଇବେ। ବିଶେଷ କରି ଲୁଗା, ପ୍ରସାଧନ ସାମଗ୍ରୀ, ଟ୍ରାଭେଲ୍‌ ଏଜେନ୍ସି, ହୋଟେଲ ବ୍ୟବସାୟ ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ଆୟ ଆଶାକୁ ଟପିଯିବ। ଫେବ୍ରୁଆରିରୁ ମଇ ମାସ ଭିତରେ ଅଫିସ୍‌ରେ ପରିସ୍ଥିତି ଆପଣଙ୍କ ଲାଗି ଟିକେ ଅଲଗା ରହିବ। ଭୁଲ୍ ବାଟରେ ନେଇଯିବା ବ୍ୟକ୍ତିଙ୍କ ପ୍ରତି ସାବଧାନ ରହନ୍ତୁ। ଜୁନ୍‌ ମାସ ବେଳକୁ ଗ୍ରହ ଚଳନ ଦୃଷ୍ଟିରୁ ଭାଗ୍ୟର ସହଯୋଗ ପାଇବେ। ପଦୋନ୍ନତି ସହ ଭଲ ସ୍ଥାନକୁ ବଦଳି ହେବେ। ବୈବାହିକ ଜୀବନ ପ୍ରୀତିକର ହେବ। ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଧନର ସଠିକ୍‌ ଉପଯୋଗ କରି ଘର, ଭୂମି କିଣିବେ । ସନ୍ତାନ ସଫଳତା ମିଳିବ । ପେଟ ଜନିତ ସମସ୍ୟା ହୋଇପାରେ । ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହ ଦୀପ ଲଗାନ୍ତୁ । ଶନିଙ୍କ ସହ ଜଡିତ ତେଲ, ରାଶି ଆଦି ଦାନ କରନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ସମ୍ପତ୍ତି ପ୍ରାପ୍ତି ହେବ । ଅପ୍ରେଲ୍‌ ମାସରୁ ଧନଲାଭ ପାଇଁ ଏକାଧିକ ସୁଯୋଗ ଅପେକ୍ଷା କରି ରହିଛି। ବ୍ୟବସାୟରେ ବିଶେଷ ଚୁକ୍ତିପତ୍ର କରିବେ। ଚାକିରିରେ ସଫଳତାର ଯୋଗ ଅଛି। ଲାଗି ରହିଥିବା କୋର୍ଟକଚେରି ମାମଲା ଆପଣଙ୍କ ସପକ୍ଷରେ ଯିବ। ମହିଳାମାନେ ରାଜନୀତି ବା କୌଣସି କଲ୍ୟାଣକାରୀ ଯୋଜନାରେ ଯୋଡ଼ି ହେଇପାରନ୍ତି। ପରିବାରରେ ପ୍ରେମ ଓ ସହାବସ୍ଥାନର ଭାବନା ବଜାୟ ରହିବ। ଜୀବନସାଥୀ ସହିତ ଅନ୍ୟ ରାଜ୍ୟ ଏବଂ ବିଦେଶ ଭ୍ରମଣରେ ମଧ୍ୟ ଯାଇପାରନ୍ତି। ପ୍ରେମ ସମ୍ପର୍କ ମଜଭୁତ ହେବ । ଚିକିତ୍ସା କ୍ଷେତ୍ରରେ ଥିବା ଲୋକେ ଲାଭବାନ୍‌ ହେବେ । ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ହୋଇପାରେ । ଯେଉଁମାନଙ୍କର ଗଣ୍ଠିବ୍ୟଥା, ଚକ୍ଷୁରେ ସମସ୍ୟା ଓ ମଧୁମେହ ଅଛି ସେମାନେ ଅପ୍ରେଲ୍‌, ଜୁନ୍‌ ଓ ଅକ୍‌ଟୋବର ମାସରେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଭୁ ହନୁମାନଙ୍କୁ ପୂଜା କରି ସଫଳତା ପାଇବେ । ଅସହାୟଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରନ୍ତୁ ।

ମୀନ – ପରିଶ୍ରମ କରି ସଫଳତା ପାଇବେ । ବର୍ଷର ପ୍ରଥମାର୍ଦ୍ଧରେ ବ୍ୟବସାୟରେ ଭଲଭାବେ ଆଗକୁ ବଢ଼ିବେ। ଯେଉଁମାନେ ହୋଟେଲ, ପ୍ରସାଧନ ଓ ଆମଦାନି ରପ୍ତାନି କାରବାର କରୁଛନ୍ତି ସେମାନେ ଯଥେଷ୍ଟ ଲାଭପାଇବେ। ବର୍ଷର ଶେଷ ତିନିମାସରେ ପୁଞ୍ଜି ବଜାର ଓ ଜମି କାରବାରରେ ଆଶାଠୁ ଅଧିକ ଲାଭ ପାଇବେ। ମାର୍ଚ୍ଚ ପର୍ଯ୍ୟନ୍ତ ସାମାନ୍ୟ ସମସ୍ୟା ଆସିପାରେ । ମାତ୍ର ଏପ୍ରିଲ ମାସ ପରଠାରୁ ଧନର ଆଗମନ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ କୌଣସି କଥାକୁ ନେଇ ମିଛ କହନ୍ତୁ ନାହିଁ। ଅନ୍ୟଥା ଆପଣଙ୍କର ଏହି ମିଛ ପ୍ରେମ ସମ୍ବନ୍ଧକୁ ବିଗାଡ଼ି ପାରେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ତାଜା ଫଳ ଓ ପନିପରିବା ଖାଆନ୍ତୁ। ବର୍ଷର ଶେଷାର୍ଦ୍ଧରେ ସାବଧାନତାର ସହ ଗାଡ଼ି ଚଳାନ୍ତୁ। ପ୍ରଭୁ ଶିବଶଙ୍କରଙ୍କ ଉପାସନା କରିବା ସହ ରାଶି, ଅନ୍ନ, ବସ୍ତ୍ର ଦାନ କରନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିବ ।

ଏହି ଖବର ପଢ଼ନ୍ତୁ :

କେଉଁ ବାରରେ ଜନ୍ମ ହୋଇଥିବା ପିଲା କେତେ ଭାଗ୍ୟଶାଳୀ | In which Day Lucky babies are born

Leave a Reply

Your email address will not be published. Required fields are marked *