abha card in odisha

ଆୟୁଷ୍ମାନ ସହିତ ଆସୁଛି ‘ଆଭା’। ଓଡ଼ିଶା ଲୋକଙ୍କ ପାଇଁ ଖୁସି ଖବର ଆଣିଲେ ସରକାର। ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ଡାକ୍ତରଙ୍କ ପାଖକୁ ରୋଗୀଙ୍କୁ ଯିବାକୁ ପଡ଼ିବ ନାହିଁ। ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତ ପୁରୁଣା ରୋଗ ସଂପର୍କିତ ତଥ୍ୟ ରହିବ। ଫଳରେ ଡାକ୍ତରଙ୍କ ପାଇଁ ଏହା ଉପଯୋଗୀ ହୋଇପାରିବ । ଆୟୁଷ୍ମାନ ଭାରତ ଡିଜିଟାଲ ମିସନ୍ ଅଧିନରେ ହେଲ୍ଥ ଆକାଉଣ୍ଟ ଖୋଲାଯିବ। ଯେଉଁଥିରେ ରୋଗୀଙ୍କ ସମସ୍ତ ଚିକିତ୍ସା ରେକର୍ଡ ରହିବ। ଫେବ୍ରୁଆରୀରୁ ଏହି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ମାଳ ମାଳ ପ୍ରେସକ୍ରିପସନ୍ ଝମେଲାରୁ ମିଳିବ ମୁକ୍ତି । ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ଆଭା କାର୍ଡ ବ୍ୟବସ୍ଥା । ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା କାର୍ଡ । ଏଥିପାଇଁ ପ୍ରଥମେ online ପଞ୍ଜୀକରଣ କରିବାକୁ ହେବ । ଏହାପରେ ଆଧାର ସଂଯୋଗୀକରଣ ହୋଇ Account ନମ୍ବର ମିଳିବା ସହ ଡିଜି ଲକର୍ ସିଷ୍ଟମ ସକ୍ରିୟ ହେବ । ସେହି ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ହେଲଥ ଅଥରିଟି ଅଧିନରେ ରହିବ ଏହି କାର୍ଡ । ଆଭା କାର୍ଡରେ Quick Response ବା QR କୋଡ୍ ରହିବ । ଯାହାକୁ ସ୍କାନ କଲେ ପୂର୍ବ ରୋଗ ସମ୍ବଦ୍ଧୀୟ ସବୁ ଡାଟା ମିଳିପାରିବ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନୁଯାୟୀ ଏହା ପାଇହେବ । କାର୍ଡ ପାଇଁ ଅନଲାଇନରେ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଲିଙ୍କ୍ କରାଯିବ ।

‘ଆଭା’ କାର୍ଡ କ’ଣ?

ଆଭା କାର୍ଡ ହେଉଛି ATM ଓ ପାନ୍ ଭଳି ୧୪ ଡିଜିଟ୍ ଥିବା କାର୍ଡ । ଏହି କାର୍ଡରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ କାର୍ଡରେ ରହିବ । ଆଉ ସେମାନଙ୍କୁ ମାଳ ମାଳ ପ୍ରେସକ୍ରିପସନ୍ ଧରି ବୁଲିବାକୁ ପଡ଼ିବନି । ଆଭା କାର୍ଡରୁ ହିଁ ସବୁ ତଥ୍ୟ ମିଳିପାରିବ । ସରକାରୀ ଡାକ୍ତରଖାନା ହେଉ କି ଘରୋଇ ଡାକ୍ତରଖାନା ରୋଗୀ ଯେଉଁଠି ଚିକିତ୍ସିତ ହୋଇଥାନ୍ତୁ ନା କାହିଁକି ରୋଗୀଙ୍କ ସମସ୍ତ ପୁରୁଣା ରୋଗର ତଥ୍ୟ ରହିବ ଏହି ଆକାଉଣ୍ଟରେ। ଡିଜି ଲକର ଭଳି ଏହି ଆକାଉଣ୍ଟ କାମ କରିବ।

ଫେବ୍ରୁଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି। ଆଭା କାର୍ଡକୁ ନେଇ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି । ପ୍ରାୟତଃ ସବୁ ବଡ଼ ମେଡିକାଲରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ହାତରେ ଗଣ୍ଡା ଗଣ୍ଡା ପ୍ରେସକ୍ରିପସନ ଧରି ରହିଛନ୍ତି । କେଉଁଠି ଲମ୍ବା ଧାଡ଼ି ତ ଆଉ କେଉଁଠି ଅପେକ୍ଷା । ଦିସ୍ତା ଦିସ୍ତା ପ୍ରେସକ୍ରିପସନ ଧରି ଡାକ୍ତରଖାନା ଆସୁଛନ୍ତି ରୋଗୀ ଓ ସଂପର୍କୀୟ । ଖାଲି SCB ନୁହଁ, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ବି ସମାନ ଚିତ୍ର । କିନ୍ତୁ ଆଭା କାର୍ଡ ଆସିଲେ ସବୁ ପ୍ରେସକ୍ରିପସନ ନେଇ ଆସିବା ଆବଶ୍ୟକ ନଥିବ କି ହଜିବାର ବି ଭୟ ନଥିବା ।

ସେପ୍ଟେମ୍ବର ୨୦୨୧ରେ ମୋଦି ସରକାର ଆଭା କାର୍ଡ ବ୍ୟବସ୍ଥା ଆରମ୍ଭ କରିଥିଲେ । ଅନେକ ରାଜ୍ୟରେ ଏହା ଲାଗୁ ବି ହୋଇସାରିଲାଣି। ଦେଖିବାର କଥା କେତେ ଶୀଘ୍ର ଓଡ଼ିଶା ବାସୀ ଆଭା କାର୍ଡ ସୁବିଧା ପାଉଛନ୍ତି । ଆୟୁଷ୍ମାନ ଭାରତ କାର୍ଡ ସହ ଏହି କାର୍ଡ ବି ବଣ୍ଟନ କରାଯିବ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଜରିଆରେ ଏହି କାର୍ଡ ଦିଆଯିବ। ଯେଉଁ କାର୍ଡର ନାଁ ହେଉଛି ଆଭା। ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ। ରାଜ୍ୟରେ ଆୟୁଷ୍ମାନ ଭାରତ ସହିତ ଏହି କାର୍ଡ ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Abha Card

Leave a Reply

Your email address will not be published. Required fields are marked *