ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। E-KYC ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି। ଫେବ୍ରୁଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ଏହା ସରକାରଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ବୀମା ମିଳିବ ।
୩୦ ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଏହାକୁ ସାଧାରଣ ଲୋକ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ପୁରୁଷଙ୍କୁ ମିଳିଥିବା ୫ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି ଜଣାଇଛନ୍ତି। କାରଣ ଯଦି ଜଣେ ବଡ଼ ରୋଗୀ ଦୂରରୁ ଭୁବନେଶ୍ୱର କିମ୍ବା କଟକ ମେଡ଼ିକାଲକୁ ଯାଉଛି। ସଂଗେ ସଂଗେ କାର୍ଡରୁ ୫ଲକ୍ଷ ଟଙ୍କା ସରି ଯାଉଛି। ତେଣୁ ଯଦି ବୃଦ୍ଧି କରାଯାଇ ପାରନ୍ତା ତାହେ ଗରିବ ଲୋକମାନେ ଉପକୃତ ହୋଇ ପାରନ୍ତେ।
ଚଳିତ ବର୍ଷ ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଓଡ଼ିଶାରେ ଆସନ୍ତା ଫେବୃଆରୀରୁ ଲାଗୁ ହେବ । ରାଜ୍ୟର ସାଢେ଼ ୩ କୋଟି ଲୋକଙ୍କୁ ଏନେଇ ସ୍ୱାସ୍ଥ୍ୟକାର୍ଡ ମିଳିବ । ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ । ଏହା ସାରା ଭାରତ ବର୍ଷରେ ପାଖାପାଖି ୨୭ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ହେବ। ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ ବୋଲି ସୂଚନା ମିଳିଛି।