optimistic odia

ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା (ଆରଟିଇ) ନିୟମ, ୨୦୧୦ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଏହା ଅନ୍ତର୍ଗତ ‘ନୋ ଡିଟେନସନ ପଲିସି ‘ ସମାପ୍ତ କରାଯାଇଛି। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ ପାରିବ।

ସେହିପରି ସେମାନେ ପରବର୍ତ୍ତୀ କ୍ଲାସକୁ ମଧ୍ୟ ଯାଇ ପାରିବେ ନାହିଁ। ତେବେ ୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ। ଉକ୍ତ ରିଟେଷ୍ଟରେ କୃର୍ତ୍ତକାର୍ଯ୍ୟ ହେଲେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଗୁଡ଼ିକରେ ଏହି ନିୟମ ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

ଯଦି ସେମାନେ ଦ୍ୱିତୀୟ ଥର ଫେଲ୍ ହୁଅନ୍ତି, ତେବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯିବ ନାହିଁ ।  ତାଙ୍କୁ ପଞ୍ଚମ ଶ୍ରେଣୀ କିମ୍ବା ଅଷ୍ଟମ ଶ୍ରେଣୀରେ ରଖାଯିବ। ଏଥି ସହିତ, କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ  ୮ମ ଶ୍ରେଣୀରୁ  ବହିଷ୍କାର କରିବାକୁ ଦିଆଯିବ ନାହିଁ ।

ଅଧିକ ଜାଣିବା ପାଇଁ ସବା ତଳେ ଦିଅ ଯାଇଥିବା ଭିଡ଼ିଓ ଦେଖନ୍ତୁ :

ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି କୌଣସି ଶିକ୍ଷାର୍ଥୀ ବାର୍ଷିକ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇ ପାରୁ ନାହାନ୍ତି, ତା’ହେଲେ ସେମାନଙ୍କୁ ବା ତାଙ୍କୁ ରେଜଲ୍ଟ ବାହାରିବାର ୨ ମାସ ମଧ୍ୟରେ ଅତିରିକ୍ତ କୋଚିଂ ଓ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। କିନ୍ତୁ ପୁନଃ ପରୀକ୍ଷାରେ ଶିକ୍ଷାର୍ଥୀ ଜଣଙ୍କ ବା ଶିକ୍ଷାର୍ଥୀମାନେ ପାସ୍‌ କରିପାରିଲେ ନାହିଁ, ତା’ହେଲେ ତାଙ୍କୁ ପୁଣି ୫ମ କିମ୍ବା ୮ମ ଶ୍ରେଣୀରେ ରହିବାକୁ ପଡ଼ିବ।

ଏହି ସମୟରେ ଶ୍ରେଣୀ ଶିକ୍ଷକ କିମ୍ବା ଶ୍ରେଣୀ ଶିକ୍ଷୟିତ୍ରୀ ପିଲାଟି କେମିତି ପାସ୍‌ କରିବ, ସେନେଇ ଉଦ୍ୟମ କରିବେ। ତାଙ୍କୁ ଆବଶ୍ୟକ କୋଚିଂ ମଧ୍ୟ ଯୋଗାଇ ଦେବେ। ତେବେ ଶିକ୍ଷା ସମାପ୍ତ ନ ହେବା ଯାଏ କୌଣସି ସ୍କୁଲ ପକ୍ଷରୁ ପିଲାଙ୍କୁ ବହିଷ୍କୃତ କରାଯାଇ ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ ଭାବେ କହିଛନ୍ତି।

ଏହି ନିୟମ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ସମେତ କେନ୍ଦ୍ର ଦ୍ୱାରା ପରିଚାଳିତ ପ୍ରାୟ ୩ ହଜାରର ସ୍କୁଲରେ କାର୍ଯ୍ୟକାରୀ ହେବ। ଶିକ୍ଷା ମୁଖ୍ୟତଃ ଏକ ରାଜ୍ୟ ବିଷୟ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ୧୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନା ଆଧାରରେ  ପୂର୍ବ ନୀତି ବନ୍ଦ  କରିଛନ୍ତି।   ଅନ୍ୟ କେତେକ ରାଜ୍ୟ ଏବଂ  କେନ୍ଦ୍ରଶାସିତ ଅଞ୍ଚଳ ଏହି ନୀତି ଜାରି ରଖିଥିବାବେଳେ ଅଳ୍ପ କେତେକ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଶିକ୍ଷା ରାଜ୍ୟର ବ୍ୟାପାର ହୋଇଥିବାରୁ ରାଜ୍ୟଗୁଡ଼ିକ ସେମାନଙ୍କ ହିସାବରେ ଅନ୍ୟ ସ୍କୁଲରେ ଏହି ନିୟମ ଲାଗୁ କରିପାରିବେ।

ଗୁଜୁରାଟ, ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ ଦିଲ୍ଲୀ ଭଳି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ କେରଳ ପରି କେତେକ ରାଜ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଛନ୍ତି।  କେରଳ କହିଛି ଯେ, ନିୟମିତ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢ଼ାଇବ, ଯାହା ଡ୍ରପଆଉଟ୍ ହାରକୁ ବୃଦ୍ଧି କରିବ। କେରଳ ଯୁକ୍ତି କରିଛି,  ପିଲାମାନଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ଶିକ୍ଷକମାନଙ୍କୁ ତାଲିମ ଦେବା ଏବଂ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବା ଉଚିତ୍।

୨୦୦୯ ରେ ଲାଗୁ ହୋଇଥିବା ‘ନୋ ଡିଟେନସନ ପଲିସି ‘ ର ଉଦ୍ଦେଶ୍ୟ ଥିଲା ଯେ, ପରୀକ୍ଷାରେ ଫେଲ୍ ଯୋଗୁ  କୌଣସି ଶିଶୁ, ବିଶେଷକରି ଅସୁରକ୍ଷିତ ବର୍ଗର ପିଲାମାନେ ବିଦ୍ୟାଳୟ ଛାଡିବେ ନାହିଁ। ତେବେ ସମାଲୋଚକମାନେ କହିଥିଲେ ଯେ ଏହି ନୀତି ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରତି ଗୁରୁତ୍ବକୁ ହ୍ରାସ କରିବ।   ବିନା ଜ୍ଞାନରେ ଛାତ୍ରମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଠାଇବ।  ଯାହା ଦ୍ବାରା ସେମାନେ ଉଚ୍ଚସ୍ତରୀୟ ପରୀକ୍ଷାରେ ବିଫଳ ହେବେ।

VIDEO HERE :

Leave a Reply

Your email address will not be published. Required fields are marked *