Allu Arjun arrested | Pushpa 2 premiere death

ସୁପର୍‌ଷ୍ଟାର୍ ଅଲ୍ଲୁ ଅର୍ଜୁନ ଆଜି ଗିରଫ ହୋଇଛନ୍ତି । ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ଦଳାଚକଟା ମାମଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଏବେ ସାଉଥ୍‌ ସୁପର୍‌‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାମପଲ୍ଲୀ କୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଅଲ୍ଲୁଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି। ଜେଲ୍‌ରେ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

Allu Arjun Arrested

ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି। ହାଇକୋର୍ଟରୁ ତାଙ୍କୁ ମିଳିଲା ଅନ୍ତରୀଣ ଜାମିନ। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଆଜି ଗିରଫ ଅଲ୍ଲୁ ଅର୍ଜୁନଙ୍କୁ ତଳକୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହୋଇକୋର୍ଟରୁ ତାଙ୍କୁ ମିଳିଛି ଅନ୍ତରୀଣ ଜାମିନ। ଅନ୍ତରୀଣ ଜାମିନ ଦେବା ବେଳେ ହାଇକୋର୍ଟ କହିଥିଲେ ଯେ ଅଲ୍ଲୁ ଅର୍ଜୁନ ଜଣେ ଅଭିନେତା ହୋଇଥିଲେ ହେଁ, ଜଣେ ସାଧାରଣ ନାଗରିକ ଭାବେ ତାଙ୍କର ମଧ୍ୟ ଜୀବନ ଓ ସ୍ୱାଧୀନତାର ଅଧିକାର ରହିଛି।  

ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ତେବେ ପୁଷ୍ପା ଟୁ ଅଭିନେତା ଅଲ୍ଲୁ ଅର୍ଜୁନ ଏଥିପାଇଁ ପରେ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । ହାଇଦ୍ରାବଦର ଏକ ସିନେମା ହଲରେ ପୁଷ୍ପା-ଟୁ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଅଲ୍ଲୁ । ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ ।

ଅଧିକ ଜାଣିବା ପାଇଁ ସବା ତଳେ ଦିଅ ଯାଇଥିବା ଭିଡ଼ିଓ ଦେଖନ୍ତୁ :

ଏପରିକି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସେ ବ୍ୟକ୍ତିଗତ ଭାବେ ଯାଇ ଭେଟିବେ ବୋଲି ମଧ୍ୟ ଜଣାଇଛନ୍ତି । ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ତଳେ ରାତିରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଦଳାଚକଟାକୁ ନେଇ ପୁଷ୍ପା ନାଁରେ ରୁଜୁ ହୋଇଥିଲା ମାମଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ନେଇ ଅଲ୍ଲୁ ଅର୍ଜୁନ୍, କାର୍ଯ୍ୟକ୍ରମର ଆୟୋଜକ, ସିନେମା ହଲ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ଶୋ’ ଏଠି ହୋଇଥିବା ଅଭିଯୋଗ ରହିଥିଲା । ଫଳରେ ହଠାତ୍ ଏତେ ପରିମାଣର ଭିଡ଼ ଜମିଥିଲା ।

ଏଥିରେ ଶ୍ୱାସରୁଦ୍ଧ ହୋଇ ୩୫ ବର୍ଷିୟା ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଥିଲେ । ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି? ପୋଲିସର ସୂଚନାନୁସାରେ, ଅଲ୍ଲୁ ଅର୍ଜୁନ ସୂଚନା ନଦେଇ ଥିଏଟରରେ ପହଞ୍ଚିଥିଲେ । ଏହି କାରଣରୁ ଦଳାଚକଟା ଘଟିଥିଲା ​​। ତାଙ୍କ ଆସିବା ନେଇ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା । ଏହା ସତ୍ତ୍ୱେ, ତାଙ୍କ ବାଟକୁ ଅପେକ୍ଷା କରି ଏତେ ସଂଖ୍ୟକ ଜନସମାଗମ ହୋଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା । କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନଙ୍କ ଆସିବା ନେଇ କେବଳ ଥିଏଟର ମ୍ୟାନେଜମେଣ୍ଟ ଜାଣିଥିଲା, ତଥାପି ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ କିମ୍ବା ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ମଧ୍ୟ କରିନଥିଲେ ।ଏହି ମାମଲାରେ ଥିଏଟର ମାଲିକଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି। 

ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ । କୁହାଯାଉଛି ଯେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ଭିଡ଼ ଏଡାଇବା ପାଇଁ ଠେଲାପେଲା ଆରମ୍ଭ କରିଥିଲେ । ଏହି କାରଣରୁ ପୂର୍ବର ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା । ଫ୍ୟାନ୍ସମାନେ ଅଲ୍ଲୁ ଅର୍ଜୁନଙ୍କ ସହ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ, ଥିଏଟରର ତଳ ବାଲକୋନୀରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଦଳାଚକଟା ଘଟିଲା । ଏହି ଦଳାଚକଟାରେ ରେବତୀ ଏବଂ ତାଙ୍କ ପୁଅ ଭିଡ଼ ଭିତରେ ଫସି ଯାଇଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ । ବହୁ ପରିଶ୍ରମ ପରେ ଉଭୟଙ୍କୁ ବାହାରକୁ ନିଆଯାଇଥିଲା । ମାତ୍ର ସେତେବେଳକୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ମହିଳାଙ୍କୁ ସିପିଆର୍ ଦିଆଯିବା ପରେ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା । ଶେଷରେ ରେବତୀଙ୍କୁ ଦୁର୍ଗାବାଇ ଦେଶମୁଖ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା ।

ଯଦି ଫିଲ୍ମ ବିଷୟରେ କଥା ହେବା ତେବେ ବକ୍ସ ଅଫିସରେ କମାଲ କରୁଛି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨। ଗୋଟିଏ ସପ୍ତାହରେ ହଜାରେ କୋଟି ବିଜନେସ କରିଛି ଏହି ଫିଲ୍ମ। ବିଶ୍ବବ୍ୟାପୀ ରିଲିଜ ହୋଇଥିବା ପୁଷ୍ପା-୨ ମାତ୍ର ୭ ଦିନରେ ହଜାରେ କୋଟିରୁ ଅଧିକ କଲେକ୍ସନ୍ କରିଛି। କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପା-୨ର କ୍ରେଜ । ପୁଷ୍ପା-୨ ହଜାରେ କୋଟି ବିଜନେସ୍ କରି ଅନେକ ଫିଲ୍ମକୁ ପଛରେ ପକାଇଛି । ଏବେ ବି ଭାରତରେ ପ୍ରାୟ ସମସ୍ତ ହଲରେ ପୁଷ୍ପା-୨ ହାଉସଫୁଲ୍ ଚାଲିଛି ।

ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଧାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ୍’ ହେଉଛି ୨୦୨୧ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ର ସିକ୍ୱେଲ । ସୁକୁମାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଚନ୍ଦନକାଠ ମାଫିଆ ଷ୍ଟାଇଲ୍‌ରେ ପୁଷ୍ପା ରାଜଙ୍କ କାହାଣୀକୁ ଆଗକୁ ନେଇଛି । ଯେଉଁଠି କାହାଣୀ ସରିଥିଲା ସେଠୁ ପୁଣି ଆରମ୍ଭ ହେଉଛି ଫିଲ୍ମ । ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପରାଜ୍ ଭାବେ ହଠାତ୍ ଗାଏବ ହେଇ ଯିବା ଆଉ ପରେ ଏକ ମାସ୍ ଏଣ୍ଟ୍ରି ନେଇ ଫେରିବାକୁ ଅପେକ୍ଷା କରିଥିଲେ ଫ୍ୟାନ । ଏଠି ହିରୋ ବି ଅଲ୍ଲୁ ଆଉ ଭିଲେନ୍ ବି । ସିନେମାରେ ରଶ୍ମିକା ମନ୍ଧାନା ଆଉ ଫାହାଦ୍ ଫସିଲ୍ ବି ମୁଖ୍ୟ ଭୂମିକାରେ ରିପିଟ୍ ହୋଇଛନ୍ତି ।

Video Here

Leave a Reply

Your email address will not be published. Required fields are marked *