ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର ବାଧ୍ୟତାମୂଳକ ହେବାକୁ ଯାଉଛି . ସବୁ ଛାତ୍ରଛାତ୍ରୀଙ୍କ ଏକକ ପରିଚୟ ପତ୍ର ତିଆରି ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍ ନମ୍ବର ମିଳିବ ।

୨୦୨୦ ଶିକ୍ଷାନୀତି ଅନୁଯାୟୀ, ସବୁ ସ୍କୁଲ୍‌ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରହିବ ।୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ।

ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତା ବାବଦରେ ବିସ୍ତୃତ ତଥ୍ୟ ଜଣାପଡ଼ିବ। ଏହାର ବ୍ୟବହାରରେ ଡ୍ରପ ଆଉଟ୍ ହାର ଉପରେ ମନିଟରିଂ, ଛାତ୍ର ରେକର୍ଡଗୁଡିକ ଡିଜିଟାଲ୍ ସଂରକ୍ଷଣ, ପରୀକ୍ଷା ଫଳାଫଳ, ସାମଗ୍ରିକ ରିପୋର୍ଟ କାର୍ଡ, ସ୍ୱାସ୍ଥ୍ୟ ସୂଚନା, ଏବଂ ଶିକ୍ଷଣ ଫଳାଫଳ ଅନ୍ତର୍ଭୁକ୍ତ . ଏହାକୁ କିଛି ବିଦ୍ଧିଜୀବି ସ୍ୱାଗତ କରିଥିବାବେଳେ ଆଉ କିଛି, ଏହା କେବଳ ଶିକ୍ଷକମାନଙ୍କ ଉପରେ ଅତିରିକ୍ତ burden ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *