Union Budget 2025

ଆଜି ସଂସଦରେ ଉପସ୍ଥାପିତ ହୋଇଛି ଚଳିତ ବର୍ଷର ବଜେଟ୍ । ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀମାନଙ୍କୁ ଅନେକ ବଡ଼ ଉପହାର ଦେଇଛନ୍ତି। ଏଥିରେ କିଷାନ କ୍ରେଡିଟ୍ କାର୍ଡର ସୀମା ବୃଦ୍ଧି କରାଯାଇଛି। ବିହାରରେ ମାଖାନା ବୋର୍ଡ ଘୋଷଣା କରାଯାଇଛି। ରାସ୍ତାରେ ବିକ୍ରି କରୁଥିବା ଲୋକ ଏବଂ ସହରାଞ୍ଚଳ ଶ୍ରମିକଙ୍କ ପାଇଁ ମଧ୍ୟ ଅନେକ ଘୋଷଣା କରାଯାଇଛି। ଏହା ସହିତ, ବଜେଟରେ ମହିଳାଙ୍କ ପାଇଁ ଅନେକ ଘୋଷଣା ମଧ୍ୟ କରାଯାଇଛି।

 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କ୍ୟାପିଟାଲ ଗେନ୍‌ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍‌ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ ।

ସେହିପରି ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।

VIDEO HERE

Union Budget 2025: ଜାଣନ୍ତୁ, ଏଥର ବଜେଟରେ କ’ଣ ହେଲା ଶସ୍ତା ଓ କ’ଣ ହେଲା ମହଙ୍ଗା ?

ବଜେଟରେ କ’ଣ ଶସ୍ତା  ହେଲା, କେଉଁ ଜିନିଷ ମହଙ୍ଗା ହେଲା ଏହି ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ। ଲୋକଙ୍କର ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ। ଏନେଇ କରିଛନ୍ତି ବଡ ଘୋଷଣା।

କ’ଣ ଶସ୍ତା ହେଲା, କାହା ଦର ବଢ଼ିଲା

ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କଲା ବେଳେ ଯେଉଁ କଥାଟିକୁ ଶୁଣିବାକୁ ଲୋକେ ଅଧିକ ଉତ୍ସାହର ସହିତ ଅପେକ୍ଷା କରନ୍ତି, ତାହା ହେଉଛି କେଉଁ ଜିନିଷ ଶସ୍ତା ହେବ ଓ କାହାର ଦର ବଢ଼ିବ। ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ କରିଛନ୍ତି କେନ୍ଦ୍ର ସରକାର। ଏଥର ବଜେଟରେ ଜୀବନ ରକ୍ଷାକାରୀ ଔଷଧ ଉପରୁ ଟିକସ ଛାଡ଼ କରିଛନ୍ତି କେନ୍ଦ୍ର ସରକାର। ଫଳରେ ଶସ୍ତା ହୋଇଛି ଅନେକ ଔଷଧ। କ୍ୟାନସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତାରେ ମିଳିବ। ୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି। ଫଳରେ ଏହି ୩୬ ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହୋଇଛି। ଏହାଛଡ଼ା ଏଲ୍ ଇଡି ଟିଭି ଉପରୁ କର ହ୍ରାସ ନେଇ ଘୋଷଣା କରାଯାଇଛି। ଇଭିରେ ବ୍ୟବହୃତ ବ୍ୟାଟେରୀ ଉପରୁ ମଧ୍ୟ କର ହ୍ରାସ ହୋଇଛି। ମୋବାଇଲ ଫୋନ୍‌, ବ୍ୟାଟେରୀ ଓ ଚମଡ଼ାଜାତ ଦ୍ରବ୍ୟ ଦର କମିବ। ଲିଥିୟମ୍ ବ୍ୟାଟେରୀ ଓ ବିଦ୍ୟୁତୀକରଣ ସାମଗ୍ରୀ ଶସ୍ତା ହେବ। ତେବେ ପ୍ଲାଷ୍ଟିକ ଜାତ ସାମଗ୍ରୀ ମହଙ୍ଗା ହୋଇଛି। ନିଟେଡ୍ ଫାବ୍ରିକ୍, ଫ୍ଲାଟ୍ ସ୍କ୍ରିନ୍ ଟିଭି ମହଙ୍ଗା ହେବ।

ମହିଳାମାନଙ୍କ ପାଇଁ ବଜେଟରେ କ’ଣ?

  • ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ୧୦ ହଜାର କୋଟି ଟଙ୍କା ଯୋଗଦାନ କରି ଷ୍ଟାର୍ଟଅପ୍ ପାଇଁ ପାଣ୍ଠି ବ୍ୟବସ୍ଥା କରିବେ। ପ୍ରଥମ ଥର ପାଇଁ, ସରକାର ପାଞ୍ଚ ଲକ୍ଷ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉଦ୍ୟୋଗୀଙ୍କୁ ୨ କୋଟି ଟଙ୍କାର ଋଣ ପ୍ରଦାନ କରିବେ।
  • ମହିଳାମାନେ କୌଣସି ଗ୍ୟାରେଣ୍ଟି ବିନା ସହଜ ସର୍ତ୍ତରେ ଋଣ ପାଇବେ। ଯାହା ଦ୍ଵାରା ସେମାନେ ସେମାନଙ୍କର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ଆରମ୍ଭ କରିପାରିବେ। ଏହି ସରକାରୀ ଯୋଜନା ଅଧୀନରେ, ମହିଳାମାନଙ୍କୁ ୫ ବର୍ଷ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦୀ ଋଣର ସୁବିଧା ମିଳିବ। ଏହା ଦ୍ୱାରା ୫ ଲକ୍ଷ ମହିଳା ଉପକୃତ ହେବେ।
  • ମହିଳାମାନଙ୍କୁ ଡିଜିଟାଲ ତାଲିମ, ମାର୍କେଟିଂ ସହାୟତା ଏବଂ ସେମାନଙ୍କ ଉଦ୍ୟୋଗ ବିସ୍ତାର କରିବା ପାଇଁ ସରକାରୀ ଯୋଜନାର ଲିଙ୍କ ମଧ୍ୟ ଯୋଗାଇ ଦିଆଯିବ।

କୃଷକଙ୍କ ପାଇଁ କ’ଣ?

  • ବଜେଟରେ କିଷାନ କ୍ରେଡିଟ୍ କାର୍ଡର ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି।
  • ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ, ସରକାର ୩ଟି ବନ୍ଦ ଥିବା ୟୁରିଆ ପ୍ଲାଣ୍ଟକୁ ପୁଣି ଥରେ ଖୋଲିଛନ୍ତି। ୟୁରିଆ ଯୋଗାଣ ବୃଦ୍ଧି କରିବା ପାଇଁ, ଆସାମର ନାମରୂପରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ।
  • ବିହାରରେ ମାଖାନା ବୋର୍ଡ ଗଠନ କରାଯିବ।
  • ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗୀତା ଏବଂ ପରିଚାଳନା ପ୍ରତିଷ୍ଠାନ ଖୋଲିବ।

ଶ୍ରମିକମାନଙ୍କ ବିଷୟରେ କ’ଣ?

  • ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବା ପରେ ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ଶ୍ରମିକମାନଙ୍କୁ ଏକ ପରିଚୟପତ୍ର ଦିଆଯିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ପ୍ରାୟ ୧ କୋଟି ଗିଗ୍ କର୍ମଚାରୀ ଏହାର ଲାଭ ପାଇବେ।
  • ସହରାଞ୍ଚଳ ଗରିବ ଏବଂ ବଞ୍ଚିତ ଗୋଷ୍ଠୀଙ୍କ ଆୟ, ଜୀବିକା ଏବଂ ଉନ୍ନତ ଜୀବନଧାରଣ ମାନ ବୃଦ୍ଧି କରିବା ପାଇଁ ସହରାଞ୍ଚଳ ଶ୍ରମିକଙ୍କ ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ କରାଯିବ।
  • ବ୍ୟାଙ୍କଗୁଡ଼ିକରୁ ଋଣ ସୀମା (୩୦,୦୦୦ ଟଙ୍କା ପର୍ଯ୍ୟନ୍ତ) ସହିତ UPI ଲିଙ୍କ୍ଡ୍ କ୍ରେଡିଟ୍ କାର୍ଡ ପ୍ରଦାନ କରିବା ଏବଂ କ୍ଷମତା ନିର୍ମାଣକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନାକୁ ବୃଦ୍ଧି କରାଯିବ।

MSME କର୍ମଚାରୀଙ୍କ ଉପରେ ଫୋକସ୍

MSME ହେଉଛି ବିକାଶର ଦ୍ୱିତୀୟ ଇଞ୍ଜିନ। ବଜେଟରେ ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ କରାଯାଇଛି। MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁର କରାଯିବ। କେମିତି ଯୁବକଙ୍କୁ MSME ଦ୍ୱାରା ଅଧିକ ନିଯୁକ୍ତି ଦେଇ ହେବ ସେନେଇ ବ୍ୟବସ୍ଥା କରାଯାଇଛି। ଅଣଚମଡ଼ା ଶିଳ୍ପ ଉପରେ ବଜେଟରେ ଫୋକସ୍ ଦିଆଯାଇଛି। ଅଣଚମଡ଼ା ଶିଳ୍ପ ଦ୍ୱାରା ୨୨ ଲକ୍ଷ ଉପକୃତ ହେବେ। ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇଛି। ୫ ଲକ୍ଷ ଆଦିବାସୀ ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ସ୍ୱତନ୍ତ୍ର ଯୋଜନା ଆସିବ। କପା ଚାଷୀଙ୍କ ପାଇଁ ୫ ବର୍ଷିଆ ପ୍ୟାକେଜ୍ ଘୋଷଣା
କରାଯାଇଛି। ନ୍ୟାସନାଲ୍ ମ୍ୟାନୁଫାକଚରିଂ ମିଶନ ଗଠନ ହେବ। ପୁଞ୍ଜି ନିବେଶ ବିକାଶର ତୃତୀୟ ଇଞ୍ଜିନ ବୋଲି କହିଛନ୍ତି ନିର୍ମଳା। ଖେଳନା ତିଆରି ଶିଳ୍ପକୁ ଗୁରୁତ୍ୱ ଦିଆଯାଇଛି। ଭାରତ ହେବ ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ବୋଲି ବଜେଟ ଭାଷଣରେ କହିଛନ୍ତି ନିର୍ମଳା।

Leave a Reply

Your email address will not be published. Required fields are marked *