ଧୂମ୍ ମଚଉଛି ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’। ସବୁ ପ୍ରେକ୍ଷାଳୟରେ ନାହିଁ ନ ଥିବା ଭିଡ। ଏହି ଫିଲ୍ମରେ ପୁଣି ଥରେ ଅଲୁ ଅର୍ଜୁନ ପୁଷ୍ପରାଜ ହୋଇ ଜବରଦସ୍ତ ଅଭିନୟ କରୁଥିବା ନଜର ଆସିଛନ୍ତି। ‘ପୁଷ୍ପା : ଦ ରାଇଜ୍’ ପରେ ‘ପୁଷ୍ପା ୨: ଦ ରୁଲ୍’କୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥିଲା। ଯାହାକି ଜମାରୁ ବି ନିରାଶ କରିନି ଦର୍ଶକଙ୍କୁ ବରଂ ବାଜିମାତ କରୁଛି, ଓଡିଶା ନୁହେଁ , ଭାରତ ନୁହେଁ, ସାରା ପୃଥିବୀର ପ୍ରେକ୍ଷାଳୟ ଗୁଡିକରେ । ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ‘ପୁଷ୍ପା ୨’ ଚଳିତ ବର୍ଷର ଅଲ୍ ଟାଇମ୍ ବ୍ଲକ୍ବଷ୍ଟର୍ ଫିଲ୍ମ ହେବାକୁ ଯାଉଛି। କେବଳ ଫିଲ୍ମର କାହାଣୀ ନୁହେଁ, ଗୀତ ଏବଂ ସଂଳାପଗୁଡ଼ିକ ଏପରି ହୋଇଛି ହଲ୍ରେ ଆପଣ ବିନା କରତାଳିରେ ରହିପାରିବେ ନାହିଁ । ବର୍ତ୍ତମାନ ‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।
ପ୍ରଥମ ଦିନର ରୋଜଗାର :
‘ପୁଷ୍ପା ୨’ ସାରା ବିଶ୍ୱରେ ୧୨,୫୦୦ ପରଦାରେ ମୁକ୍ତିଲାଭ କରିଛି। ଏହି ଫିଲ୍ମ ଏହାର ପ୍ରଥମ ଦିନରେ ବକ୍ସ ଅଫିସ୍ ସବୁ ରେକର୍ଡ ଭାଙ୍ଗି ସାରିଛି । ଆଲୁ ଅର୍ଜୁନଙ୍କ ଫିଲ୍ମ ସାରା ବିଶ୍ୱରେ ଭଲ ଆଡଭାନ୍ସ ବୁକିଂ ହାସଲ କରିଛି। ଏଭଳି ପରିସ୍ଥିତିରେ, ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଫିଲ୍ମ ପ୍ରଥମ ଦିନରେ ସାରା ବିଶ୍ୱରେ ୨୮୨ କୋଟି ଟଙ୍କା ରୋଜଗାର କରିଛି। ଭାରତରେ ‘ପୁଷ୍ପା ୨’ର ମୋଟ ଆୟ ୧୭୫.୧ କୋଟିରେ ପହଞ୍ଚିଛି। ସେଥିମଧ୍ୟରୁ ଏହି ଫିଲ୍ମ ତେଲୁଗୁ ଭାଷାରେ ୯୫.୧ କୋଟି, ହିନ୍ଦୀରେ ୭୨ କୋଟି, ତାମିଲରେ ୭ କୋଟି, କନ୍ନଡରେ ୧ କୋଟି ଏବଂ ମାଲାୟାଲମରେ ୫ କୋଟି ରୋଜଗାର କରିଛି ( NET COLLECTION PREDICTIONS )।
ସାକ୍ନିଲ୍କ ରିପୋର୍ଟ :
ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୨୮୨ କୋଟି ଟଙ୍କା ଆୟ କରିଛି। ଏହା ସହିତ ଅଲୁ ଅର୍ଜୁନ ପ୍ରଥମ ଦିନରେ ରୋଜଗାର ଦୃଷ୍ଟିରୁ ଶାହରୁଖ ଖାନଙ୍କ ‘ପଠାନ’, ‘ଯବାନ’, ପ୍ରଭାସଙ୍କ ସାଲାର, କଲ୍କୀ ୨୮୯୮ ଏଡି ଏବଂ ରାଜାମୌଲିଙ୍କ RRR ସହିଲ ଆନିମଲ୍, ଦେବରାକୁ ପଛରେ ପକେଇ ଦେଇଛି। ଗତ ବର୍ଷ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ’ ପ୍ରଥମ ଦିନରେ ୭୫ କୋଟି ଟଙ୍କା ରୋଜଗାର କରିଥିଲା। ଯେତେବେଳେ କି ‘ପଠାନ୍’ ୫୭ କୋଟି ଟଙ୍କା ଏବଂ ରଣବୀର କପୁରଙ୍କ ‘ଆନିମଲ୍’ ୬୩.୮ କୋଟି ଟଙ୍କାରେ ଖାତା ଖୋଲିଥିଲା। ଦେଶରେ ‘ପୁଷ୍ପା ୨’ ପ୍ରଥମ ଦିନରେ ପାଖା ପାଖି ୮୦ ରୁ ୮୫ କୋଟି ଟଙ୍କା ବ୍ୟବସାୟ କରିଛି (ONLY IN HINDI LANGUAGE )।
ପ୍ରଥମ ସପ୍ତାହ ଶେଷରେ କେତେ ହେବ :
ଗୁରୁବାର ଦିନ ‘ପୁଷ୍ପା ୨’ ରିଲିଜ୍ ହୋଇଛି, ଯେଉଁଥିପାଇଁ ଫିଲ୍ମର ପ୍ରଥମ ୱିକ୍ଏଣ୍ଡ୍ ଚାରି ଦିନ ହେବ। ଯଦି ଏହାର ରୋଜଗାର ଆହୁରି ବଢେ, ତେବେ ଫିଲ୍ମ ପ୍ରଥମ ସପ୍ତାହରେ ସହଜରେ ୧୦୦୦ କୋଟି ଟଙ୍କା ରୋଜଗାର କରିପାରିବ, ଯାହା ପୂର୍ବରୁ କେବେ ହୋଇ ନାହିଁ। ଆଜି ପର୍ଯ୍ୟନ୍ତ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ହେଉଛି ‘ଦଙ୍ଗଲ’, ଯାହା ଚାଇନାରେ ରିଲିଜ୍ ହେବା ପରେ ୨୫୦୦କୋଟିରୁ ଅଧିକ ଆୟ କରିଥିଲା। ଏହା ପରେ ‘ବାହୁବଲୀ ୨’ ଆସେ, ଯାହା ୧୭୮୮ କୋଟି ଟଙ୍କା ରୋଜଗାର କରିଥିଲା ।
ALLU ARJUN IN TROUBLE !
ପୁଷ୍ପା-୨ ରିଲିଜ୍ ହେଉ ହେଉ ବଢ଼ିଛି ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ। ଡିସେମ୍ବର ୪ରେ ଏହି ବହୁ ଚର୍ଚ୍ଚିତ ଫିଲ୍ମର ପ୍ରିମିୟର ସମୟରେ ହାଇଦ୍ରାବାଦରେ ଦଳାଚକଟାରେ ଜଣେ ମହିଳାଙ୍କର ମତ୍ୟୁ ହୋଇଥିଲା। ଏହି ସମୟରେ ମୃତ ମହିଳାଙ୍କ ୯ ବର୍ଷର ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି। ତେବେ ଏହି ଘଟଣା ଘଟିଥିବା ଥିଏଟରର ପରିଚାଳନା କମିଟି ବିରୋଧରେ ମାମଲା ରୁଜୁ ହୋଇଛି।ଏହାପରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା। ଭିଡ଼ ଭିତରୁ ମାଆ-ପୁଅଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ମହିଳା ଜଣକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟପଟେ ଗୁରୁତର ଅବସ୍ଥାରେ ନାବାଳକ ଏବେ ବି ଚିକିତ୍ସାଧୀନ ଅଛି।
ପୁଲିସ କହିଛି ଯେ ମୃତ ମହିଳାଙ୍କ ପରିବାରର ଅଭିଯୋଗକୁ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଥିଏଟର ଭିତରେ ଥିବା ବିଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କେବେ ବି ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କ ନାଁ ବି ସାମିଲ କରାଯାଇପାରେ ।
PUSPA 2
ଫିଲ୍ମୁକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। ସାରା ଦେଶରେ ବିଭିନ୍ନ ହଲ୍ରେ ଆସନ୍ତା ୨-୩ ଦିନ ପାଇଁ ତ’ ଟିକେଟ ବୁକ ହୋଇସାରିଛି।ତେବେ ଏସବୁ ଭିତରେ ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ଆୟ ସହ ନୂଆ ରେକର୍ଡ କରିଛି । ‘ପୁଷ୍ପା ୨’ ରେ ଅଲୁ ଅର୍ଜୁନଙ୍କ ଏଣ୍ଟ୍ରୀ ତାଙ୍କ ପ୍ରଶଂସକଙ୍କୁ ଆଦୌ ନିରାଶ କରିବ ନାହିଁ। ତାଙ୍କର ଆକ୍ସନ୍-ପ୍ୟାକ୍ ଏଣ୍ଟ୍ରି ଫିଲ୍ମର ଏକ ସ୍ୱତନ୍ତ୍ର ଦୃଶ୍ୟ ହୋଇଯାଏ। ଏହା ବ୍ୟତୀତ ଅଲୁ ଅର୍ଜୁନଙ୍କ ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯାହା ଆପଣଙ୍କୁ କରତାଳି ଦେବାକୁ ବାଧ୍ୟ କରିବ। ସେ ପୋଲିସ୍ ଷ୍ଟେସନର ଆକ୍ସନ୍ ଦୃଶ୍ୟ ହେଉ କି ପୁଷ୍ପରାଜଙ୍କ ଲାଞ୍ଚ ଦେବାର ଷ୍ଟାଇଲ୍ ସବୁ ଖୁବ ଦମଦାର। ଏହି ଫିଲ୍ମ ଅନେକ ସ୍ଥାନରେ ହୃଦୟ ଜିତିବାକୁ ବାଧ୍ୟ କରେ। ପୁଷ୍ପାର ପ୍ରଥମ ଭାଗ ସମସ୍ତଙ୍କୁ ପାଗଳ କରିଥିଲା । ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ଝୁକେଗା ନହିଁ’ ଷ୍ଟାଇଲ ଏବେ ବି ଦର୍ଶକଙ୍କ ମନରୁ ଲିଭି ନାହିଁ । ପ୍ରଥମ ଭାଗ ଭଳି ‘ପୁଷ୍ପା ୨: ଦି ରୁଲ୍’ ରାଜ କରିବା ପାଇଁ ଆସି ଫ୍ଯାନ୍ସଙ୍କୁ ଘାଇଲା କରୁଛି ।
ତେବେ ଆସନ୍ତୁ ଏହି ଫିଲ୍ମର କିଛି ଡାଏଲଗ୍ ଉପରେ ନଜର ପକାଇବା।
- ‘ପୁଷ୍ପା ନାମ୍ ସୁନ୍କର୍, ଫ୍ଲାୱାର୍ ସମ୍ଝେ କ୍ୟା, ଫାୟାର ନହିଁ… ୱାଇଲ୍ଡ୍ ଫାୟାର ହୁଁ ମେ
- ‘ପୁଷ୍ପା ସିର୍ଫ ଏକ୍ ନାମ୍ ନହିଁ, ପୁଷ୍ପା ଏକ ବ୍ରାଣ୍ଡ’
- ‘ପୁଷ୍ପା, ଢାଇ ଅକ୍ଷର, ନାମ୍ ଛୋଟା ହେ… ଲେକିନ୍ ସାଉଣ୍ଡ୍ ବହୁତ୍ ବଡା’
- ‘ପୁଷ୍ପା କୋ ନେସ୍ନାଲ୍ ଖିଲାଡି ସମ୍ଝେ କ୍ୟା, ଇଣ୍ଟର୍ନେସ୍ନାଲ୍ ଖିଲାଡି ହେ’
- ‘କୌନ୍ ହେ ଏ ଆଦ୍ମୀ ଜିସେ ନା ପୈସୋ କି ପରବାହ, ନା ପାୱାର୍ କା ଖୌଫ୍, ଜରୁର୍ ଇସେ ଗହରୀ ଚୋଟ୍ ଲଗୀ ହେ’
- ‘ଶ୍ରୀବଲ୍ଲୀ ମେରୀ ୱାଇଫ୍ ହେ, ଔର୍ ଜବ୍ ଏକ୍ ପତି ୱାଇଫ୍ କୀ ସୁନେ ତୋ କ୍ୟା ହୋତା ହେ… ପୁରୀ ଦୁନିଆ କୋ ଦିଖାଏଗା’
- ‘ଜୋ ମେରେ ହକ୍ କା ପୈସା ହେ… ଓ ଚାର୍ ଆନା ହୋ ୟା ଆଠ୍ ଆନା… ଓ ସାତ୍ୱେ ଆସ୍ମାନ୍ ପର୍ ହୋ ୟା ସାତ୍ ସମନ୍ଦର୍ ପାର୍ ହୋ… ପୁଷ୍ପା କା ଉସୁଲ୍, କରନେ କା ଭସୁଲ୍’।
- ‘ଡରାନେ ସେ ଏକ ଅକେଲା ଓ ଡର୍ତା, ମାର୍ ଦିୟା ତୋ ପୁରା ସିଣ୍ଡିକେଟ୍ ଡରେଗା’
- ‘ପହଲୀ ଏଣ୍ଟ୍ରୀ ପର୍ ଇତନା ବବାଲ୍ ନହିଁ କରତା ୟେ(ପୁଷ୍ପା), ଜିତନା ଦୁସରୀ ପର୍ କରତା ହେ’
- ‘ମେ ହର୍ଗିଜ୍ ଝୁକେଗା ନହିଁ ସାଲା’
PUSPA 2 TRAILOR IN HINDI