ଯୁଦ୍ଧଭୂମିର ଭ୍ରମ ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ । ପୁରୀ ବେଳାଭୂମିରେ ପରାକ୍ରମ ଦେଖାଇବ ନୌସେନା । ପହଞ୍ଚିଲା ଯୁଦ୍ଧ ଜାହାଜ ସହ ଇନଫ୍ଯାଣ୍ଟ ଫାଇଟର ଟ୍ଯାଙ୍କ । ସୌସେନା ଦିବସ ପାଇଁ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ପ୍ରସ୍ତୁତି। ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବେ ୨୪ ଯୁଦ୍ଧ ଜାହାଜ ସହ ୪୦ ଏୟାରକ୍ରାଫ୍ଟ । କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୪ ନୌସେନା ଦିବସକୁ ନେଇ ପୁରୀ ବେଳାଭୂମି ପାଲଟିଛି ମିନି ୱାର ଷ୍ଟେସନ । ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀ ତଟରେ ଡିସେମ୍ବର ୪ ତାରିଖରେ ପାଳନ ହେବ ନୌସେନା ଦିବସ।
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ। ପୁରୀ ବେଳାଭୂମିରେ ପରାକ୍ରମ ଦେଖାଇବ ନୌସେନା। ପହଞ୍ଚିଲା ଯୁଦ୍ଧ ଜାହାଜ ଓ ଟ୍ୟାଙ୍କ। ଶକ୍ତି ପ୍ରଦର୍ଶନ କରିବେ ୨୪ ଯୁଦ୍ଧ ଜାହାଜ ଓ ୪୦ ଏୟାରକ୍ରାଫ୍ଟ । ନୌସେନା ଦିବସ ପାଇଁ ବ୍ଲୁ ଫ୍ଲାଗ ବିଚରେ ହଇଛି ସ୍ୱତନ୍ତ୍ର ଆୟୋଜନ । ନୌସେନା ପକ୍ଷରୁ କରାଯାଇଛି ଅସ୍ଥାୟୀ କଣ୍ଟ୍ରୋଲ ରୁମ ଓ ୨ଟି ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ୍ । ୮ଟି ବୋଟ ଓ ୬୦ କମାଣ୍ଡୋଙ୍କ ସହ ଦୁର୍ଦ୍ଦଶ ମରିନ କମାଣ୍ଡୋ ମାର୍କୋସ ସଂପୂର୍ଣ୍ଣ ପ୍ରସ୍ତୁତ । ଆଉ ଏମାନଙ୍କ ସହ ସାମିଲ ହୋଇଛି ଆର୍ମୀ। ବେଳାଭୂମିରେ ଗଡିଛି ୪ଟି ଇନଫ୍ଯାଣ୍ଟ ଫାଇଟର ଟ୍ଯାଙ୍କ ବିଏମପି। ସେନାର ସାମର୍ଥ୍ୟ ପରଖିବେ ସୁପ୍ରିମ କମାଣ୍ଡର ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ମଂଚ । ଆଉ ପାର୍ଶ୍ବରେ ପଡିଛି ୭ ହଜାର ସ୍ୱତନ୍ତ୍ର ଚୌକି। ନାଭାଲ ବ୍ଯାଣ୍ଡ ସହ କଣ୍ଟିନ୍ଯୁଟି ଡ୍ରିଲ କରାଯିବ । ଏ ନେଇ ଚାଲିଛି ଜୋରଦାର ଅଭ୍ଯାସ। ଏୟାର କ୍ରାଫ୍ଟ କ୍ୟାରିଅର, ଫ୍ରିଗେଟସ, ଡେଷ୍ଟ୍ରୟର ଓ ମାର୍କୋସ ଭଳି ବିଭିନ୍ନ ଯୁଦ୍ଧ ଜାହାଜ ସେମାନଙ୍କର ସମର କଳା ପ୍ରଦର୍ଶନ କରିବେ । ମାର୍କୋସ କମାଣ୍ଡୋମାନେ ପାରା ଲ୍ଯାଣ୍ଡିଂ କରିବାର କାର୍ଯ୍ୟକ୍ରମ ରହିଛି । କୁଠାର ଓ ସତାପୁର ଭଳି ଯୁଦ୍ଧ ଜାହାଜ ପୁରୀ ସମୁଦ୍ର କୂଳରେ ପହଞ୍ଚି ସାରିଲେଣି। ନୌସେନା ଦିବସ କାର୍ଯ୍ୟକ୍ରମ ପାଇଁ ମାଛ ମାରିବା ଉପରେ ଲାଗିଛି କଟକଣା। ବେଳାଭୂମିରେ ୩ ଶହ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି ।
ନୌସେନା ଦିବସ ପାଇଁ ଡିସେମ୍ବର ୪ରେ ପୁରୀରେ ପହଂଚିବେ ରାଷ୍ଟ୍ରପତି। ଏଥିପାଇଁ ପୁରୀ ତାଳବଣିଆ ହେଲିପ୍ଯାଡରେ ସ୍ୱତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଛି। ସକାଳ ୯ଟା ୪୫ରେ ରାଷ୍ଟ୍ରପତି ପଂହଚିବା ପରେ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଦକ୍ଷିଣଦ୍ବାର ବାଟେ ସମସ୍ତ ସେବାୟତ ପ୍ରବେଶ କରିବେ। ସକାଳ ୮ଟାରୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିବ କଟକଣା। ପରେ ଆୟୁର୍ବେଦ ମହାବିଦ୍ଯାଳୟରେ ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ରାଜଭବନରେ ବିଶ୍ରାମ ନେବା ପରେ ଅପରାହ୍ନ ୩ଟା ୨୦ରେ ବ୍ଲୁ ଫ୍ଲାଗ ବିଚରେ ପଂହଚିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଭବନକୁ ସୁନ୍ଦର ଭାବେ ସଜା ଯାଇଛି ।
ନୌସେନାର ବୀରତ୍ୱର ବାର୍ତ୍ତା ଦେଇ ପରେଡ୍ କରିବେ ଭାରତୀୟ ନୌସେନା ଯବାନ। ବ୍ଲୁ ଫ୍ଲାଗ ବିଚ୍ରେ ନେଭି ଡେ’ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଏୟାର ସୋ ବେଳେ ଯେଭଳି ପକ୍ଷୀ ନଉଡ଼ନ୍ତି, ସେଥିପାଇଁ ଘରଛାତରେ ପକ୍ଷୀଙ୍କ ପାଇଁ ଖାଦ୍ୟପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ନ ରଖିବା ପାଇଁ ସହର ବାସୀଙ୍କୁ କୁହାଯାଇଛି । ନଭେମ୍ବର ୨୮ରୁ ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।