Virendra Sehwag

-ବାପା ବୀରେନ୍ଦ୍ର ସେହୱାଗଙ୍କଠୁ ଅଧିକ ବିସ୍ଫୋରକ ପୁଅ ଆର୍ଯ୍ୟବୀର
-ଗୋଟିଏ ଇନିଂସରେ ଏକା ମାରିଲେ ୨୯୭ ରନ
-ମୋଟ ୫୧ ଚୌକା ଓ ୩ ଟି ଛକା ସାମିଲ ଥିଲା
-ଆର୍ଯ୍ୟବୀର ଆଇପିଏଲ ଖେଳିବ !

ଭାରତର ପୂର୍ବତନ ଦୁର୍ଦ୍ଦଶ ବ୍ୟାଟର ବିରେନ୍ଦ୍ର ସେହୱାଗଙ୍କ ପୁଅ । ନାଁ ଆର୍ଯ୍ୟବୀର ସେହୱାଗ । ନିଜର ପ୍ରଦର୍ଶନରେ ଆର୍ଯ୍ୟବୀର ବର୍ତ୍ତମାନ ଚାରିଆଡେ ଛାଇ ଯାଇଛନ୍ତି । ଆର୍ଯ୍ୟବୀର ଶିଲଂର ପୋଲୋ ଗ୍ରାଉଣ୍ଡରେ ଖେଳାଯାଇଥିବା ଅଣ୍ଡର-୧୯ କୁଚ ବେହେରା ଟ୍ରଫିର ଏଲିଟ ‘ଗ୍ରୁପ ଏ’ ର ଏକ ମ୍ଯାଚରେ ମେଘାଳୟ ବିପକ୍ଷରେ ଚମକିଛନ୍ତି । ଏକାକୀ ସେ ବାପାଙ୍କ ଭଳି ଗୋଟିଏ ଇନିଂସରେ ୨୯୭ ରନର ଧୂଆଁଧାର ପାଳି ଖେଳିଛନ୍ତି ।

ଆର୍ଯ୍ୟବୀରଙ୍କ ଏହି ମାରାଥନ ପାଳିରେ ମୋଟ ୫୧ ଚୌକା ଓ ୩ ଟି ଛକା ସାମିଲ ଥିଲା । ଆର୍ଯ୍ୟବୀରଙ୍କ ଏହି ପାରି ବଳରେ ଦିଲ୍ଲୀ ୬୨୩ ରନର ବିଶାଳ ସ୍କୋର କରିଛି ମେଘାଳୟ ବିପକ୍ଷରେ । ମାତ୍ର ୫ ୱିକେଟ ହରାଇ ଦିଲ୍ଲୀ ଏହି କାରନାମା କରିଛି । ପ୍ରକାଶଥାଉ ଯେ, ମେଘାଳୟ ପ୍ରଥମ ପାଳିରେ ମୋଟ ୨୩୬ ରନ କରି ଅଲଆଉଟ ହୋଇଥିଲା । ଜବାବରେ ଦିଲ୍ଲୀ ପକ୍ଷରୁ ବୀରେନ୍ଦ୍ର ସେହୱାଗଙ୍କ ପୁଅ ତାଙ୍କ ଭଳି ବିସ୍ପୋରକ ପାଳି ଖେଳିଛନ୍ତି । ପ୍ରଥମ ୱିକେଟରେ ଆର୍ଯ୍ୟବୀର ନିଜର ସହଯୋଗୀ ଅର୍ଣ୍ଣବ ବୁଗ୍ଗାଙ୍କ ସହ ପ୍ରଥମ ୱିକେଟରେ ୧୮୦ ରନର ପାର୍ଟନରସିପ କରିଥିଲେ । ବୁଗ୍ଗା ୧୦୮ ବଲରେ ମୋଟ ୧୧୪ ରନ କରିଥିଲେ ।ଯେଉଁଥିରେ ୧୯ ଚୌକା ଓ ୩ ଛକା ସାମିଲ ରହିଥିଲା । ଏହାପରେ ଆର୍ଯ୍ୟବୀର ଧନ୍ଯା ନାକରାଙ୍କ ସହ ତୃତୀୟ ୱିକେଟ ପାଇଁ ମୋଟ ୧୮୮ ରନର ପାର୍ଟନରସିପ କରିଥିଲେ । ଫଳରେ ଦିଲ୍ଲୀ ମଜବୁତ ସ୍ଥିତିରେ ପହଞ୍ଚିଥିଲା ।

ସେହୱାଗଙ୍କ ପୁଅ ଜାଣିଛନ୍ତି ଯେ, ଟେଷ୍ଟରେ ସେହୱାଗ ୩୧୯ ରନର ବିଶାଳ ସ୍କୋର କରି ରେକର୍ଡ କରିଛନ୍ତି । ଫଳରେ ସ୍କୁଲ କ୍ରିକେଟରେ ଏହି ରେକର୍ଡ ସେ ଭାଙ୍ଗିଲେ ତାଙ୍କୁ ଫରାରୀ କାର ଗିଫ୍ଟ କରିବେ ବୋଲି ସେହୱାଗ ନିଜ ପୁଅଙ୍କୁ କଥା ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ଯ ହେଉଛି । କହିରଖୁ, ଅକ୍ଟୋବର ମାସରେ ଆର୍ଯ୍ୟବୀର ଭିନୁ ମଙ୍କଡ ଟ୍ରଫିରେ ମଣିପୁର ବିପକ୍ଷରେ ୪୯ ରନର ପାରି ଖେଳିଥିଲେ ନିଜ ପଦାର୍ପଣ ମ୍ଯାଚରେ । ଆଉ ଏବେ ସେ ଏହି କାରନାମା କରିଛନ୍ତି । ଯାହା ତାଙ୍କର ଶାଣିତ ପ୍ରତିଭାକୁ ପ୍ରଦର୍ଶିତ କରୁଛି ।

ପୁଅର ଏଭଳି ଉପଲବ୍ଧିରେ ବାପା ତଥା ପୂର୍ବତନ ଭାରତୀୟ ଦୁର୍ଦ୍ଦଶ ବ୍ଯାଟର ବୀରେନ୍ଦ୍ର ସେହୱାଗ ଖିସି ବ୍ଯକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆର୍ଯ୍ୟବୀର ବହୁତ ସୁନ୍ଦର ଖେଳିଛି । ଆଉ ୨୩ ରନ ପାଇଁ ସେ ଏକ ବିରଳ ରେକର୍ଡ ଭାଙ୍ଗି ପାରିଲେ ନାହିଁ । ତଥାପି ସାବାସ ବୋଲି ଭିରୁ କହିଛନ୍ତି । ଏହାବାଦ ଭବିଷ୍ଯତରେ ଆହୁରି ଶତକ, ଦ୍ୱିଶତକ ତଥା ତ୍ରିଶତକ ହାସଲ କରିବାର ମଧ୍ଯ ଶୁଭକାମନା ଦେଇଛନ୍ତି ଭାରତୀୟ ପୂର୍ବତନ ବ୍ଯାଟର ଭିରୁ ନିଜ ପୁଅଙ୍କୁ । ଯାହା ଏବେ ଚର୍ଚ୍ଚା ସାଉଁଟୁଛି ।

ଭାରତୀୟ ପୂର୍ବତନ ଦୁର୍ଦ୍ଦଶ ବ୍ଯାଟର କହିଛନ୍ତି ଯେ, ଆର୍ଯ୍ୟବୀରଙ୍କୁ ଏବେ ୧୫ ବର୍ଷ ହେଉଛି ଓ ସେ କଠିନ ପରିଶ୍ରମ କରୁଛି । ଆଇପିଏଲରେ ଖେଳିବା ପାଇଁ ସେ ଲଗାତାର ଭାବରେ ଭଲ ପ୍ରଦର୍ଶନ କରି ଚାଲିଛି । ଯୁବ ପ୍ରତିଭାଙ୍କ କ୍ଯାରିଅରକୁ ଶୀର୍ଷକୁ ନେବା ପାଇଁ ଆଇପିଏଲଠୁ ଆଉ କ’ଣ ଭଲ ପ୍ଲାଟଫର୍ମ ହୋଇପାରେ ବୋଲି ଭିରୁ ପ୍ରକାଶ କରିଛନ୍ତି । ଦିନେ ଆର୍ଯ୍ୟବୀର ବି ଆଇପିଏଲ ଖେଳିବ ବୋଲି ବୀରେନ୍ଦ୍ର ସେହୱାଗ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *