ମାତ୍ର କେଇ ମିନିଟ ମଧ୍ୟରେ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳିଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଭାରତୀୟ ଦୁର୍ଦ୍ଦଶ ବ୍ୟାଟର ଋଷଭ ପନ୍ତ । ମେଗା ନିଲାମୀରେ ଋଷଭ ପନ୍ତ ମୋଟ ୨୭ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । କହିରଖୁ, ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟିରେ କିଣିନେଇଛି । ସେ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀ କ୍ୟାପିଟାଲସ ତାଙ୍କୁ ନେବା ପାଇଁ ଆରଟିଏମର ପ୍ରୟୋଗ କରିଥିଲେ ବି ବିଫଳ ହୋଇଥିଲା । ଶେଷରେ ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣି ନେଇଥିଲା ।

ଏହାପୂର୍ବରୁ ଶ୍ରେୟସ ଆୟରଙ୍କ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

IPL ନିଲାମ 2025 : ଟପ୍‌ ୧୦ ପ୍ଲେୟର

Top Ten ପ୍ଲେୟର ଟାଇପ୍‌ମୂଲ୍ୟ ₹ (କୋଟିରେ)
1Rishabh PantBATTER27
2Shreyas IyerBATTER26.75
3Venkatesh IyerALL-ROUNDER23.75
4Yuzvendra ChahalBOWLER18
5Arshdeep SinghBOWLER18
6Jos Buttler
WICKETKEEPER15.75
7KL RahulWICKETKEEPER14
8Trent BoultBOWLER12.5
9Josh HazlewoodBOWLER12.5
10Jofra ArcherBOWLER12.5

ଅର୍ଶଦୀପ ସିଂହଙ୍କୁ କିଣିବା ପାଇଁ ପ୍ରାୟ ସବୁ ପ୍ରାଞ୍ଚାଇଜ ଲାଗି ପଡ଼ିଥିଲା। ତେବେ ଆରଟିଏମ କାର୍ଡ ବଳେ ପଞ୍ଜାବ ଅର୍ଶଦୀପ ସିଂହଙ୍କୁ ନିଜ ସହ ୧୮ କୋଟି ଟଙ୍କାରେ ସାମିଲ କରିଛି। ବାସ୍ତବରେ ଅର୍ଶଦୀପଙ୍କୁ ୧୫.୭୫ କୋଟି ଟଙ୍କାରେ ସନ ରାଇଜର୍ସ ହାଇଦ୍ରାବାଦ କିଣିଥିଲା। କିନ୍ତୁ ନିୟମ ଅନୁସାରେ ପଞ୍ଜାବକୁ ଆରଟିଏମର ବ୍ୟବହାର କରିବାକୁ ବିକଳ୍ପ ମିଳିଥିଲା। ଶେଷରେ ପଞ୍ଜାବ ତାଙ୍କୁ ନିଜ ପାଖରେ ରହିଛି।

ମେଗା ନିଲାମୀରେ ଭାରତୀୟ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ପଞ୍ଜାବ କିଙ୍ଗସଙ୍କ ମୋଟ ୧୮ କୋଟି ଦେଇ କିଣି ନେଇଛି । ଫଳରେ ମାଲାମାଲ ହୋଇଛନ୍ତି ଚହଲ । କହିରଖୁ, ଚହଲଙ୍କ ବେସ ପ୍ରାଇଜ ମାତ୍ର ୨ କୋଟି ଥିଲା । କେହି ଭାବି ନ ଥିଲେ ଯେ, ସେ ଏତେ ମୋଟା ରକମରେ ବିକ୍ରି ହେବେ ବୋଲି ।

Leave a Reply

Your email address will not be published. Required fields are marked *