ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି,  ଶିବସେନା ଓ ଏନସିପି ଶିବିରରେ ଜୋରଦାର ସେଲିବ୍ରେସନ୍ । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୪ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୩ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୪୮ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି । ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା ।

Maharashtra Election Results

Total 288 / 288 SEATS , Magic Number – 145

PartyWonLeadTotal
Mahayuti  (BJP+)19836234
MVA  (Congress+)46248
OTHERS 426

ମହାରାଷ୍ଟ୍ରରେ ରାହୁଲଙ୍କ ଇଣ୍ଡି ମେଣ୍ଟ ଉପରେ ଭାରି ପଡିଛି ମୋଦି-ଶାହଙ୍କ ଏନଡିଏ। ମହାବିକାଶ ଅଗାଧିକୁ ଦୋରଦାର ଝଟକା ଦେଇଛି ମହାୟୁତି। ରାଜନୀତି ମଇଦାନରେ ଫଡନାଭିସ-ସିନ୍ଦେ ଓ ଜୁନିଅର ପାୱାର ମିଶି ଉଦ୍ଧବ-ଶରଦ-ନାନାଙ୍କୁ ଚିତପଟାଙ୍ଗ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଏଥର ବିଜେପି ସବୁଠୁ ଭଲ ପ୍ରଦର୍ଶନ କରିଛି।ତେଣୁ ସିଏମ ରେସରେ ଦେବେନ୍ଦ୍ର ଫଡନାଭିସ । ଆଉ ଧିରେ ଧିରେ ସ୍ପଷ୍ଟ ହେବ ଏକନାଥ ଏବଂ ଅଜିତ ପାୱାରଙ୍କ ରୋଲ ।

ବିଜେପିର ଏକ ହେ ତୋ ସେଫ୍ ହେ ସ୍ଲୋଗାନ ଭୋଟରଙ୍କୁ ପ୍ରଭାବିତ କରିଥିବା ସ୍ପଷ୍ଟ ହୋଇଛି। ବିଜେପିର ମାଇକ୍ରୋ ମ୍ୟାନେଜମେଣ୍ଟ ତଥା ମୋଦି-ଶାହଙ୍କ ଘନ ଘନ ଆକ୍ରମଣକୁ କାଉଣ୍ଟର କରିପାରିନି ଏମଭିଏ। ବିଜେପି ନୁହେଁ ବରଂ ମେଣ୍ଟ ହିଁ ଶାସନ କରିବ ବୋଲି କହିଆସୁଥିଲା ବିଜେପି। ଦେଖିବାକୁ ଗଲେ ୨୦୨୪ ଲୋକସଭା ଭୋଟରେ ବିଜେପିର ପ୍ରଦର୍ଶନ ସେତେଟା ଭଲ ନଥିଲା।ତେଣୁ ଏଥର କଣ ହେବ ସେନେଇ ଚର୍ଚ୍ଚା ବଢିଥିଲା। ଅଗଜିଟ ପୋଲ ବି ମହାୟୁତିକୁ ଏତେ ଅଧିକ ସିଟ ଦେଇନଥିଲେ। ମହାବିକାଶ ଅଗାଧିର ଉଦ୍ଧବ ଠାକରେ, ଶରଦ ପାୱାର, ନାନା ପୋଟଲେ,ମହାୟୁତିକୁ ଚ୍ୟାଲେଞ୍ଜ ଦେବା ନେଇ ହୋଇଥିଲା ଆକଳନ। ହେଲେ ସବୁ ଆକଳନ ଭୁଲ ହୋଇଛି। ମହାବିକାଶ ଅଘାଡ଼ି ମାତ୍ର ୫୦ ସିଟ୍ ପାଖାପାଖି ପହଞ୍ଚିପାରିଛି। ମହାରାଷ୍ଟ୍ରରେ ମହାୟୁତି ପୁଣିଥରେ ସରକାର ଗଢିବା ପକ୍କା ହୋଇଛି। ସଂଖ୍ୟା ଦୃଷ୍ଟିରୁ ସେଠାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହୋଇପାରନ୍ତି। ଆଉ ଦେବେନ୍ଦ୍ର ଫଡନାଭିସ ରେସରେ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ରରେ ବିଜେପିକୁ ବଡ଼ ସଫଳତା ମିଳିଥିବା ବେଳେ ଡବଲ୍ ସେଞ୍ଚୁରୀ ଉପରକୁ ଚାଲିଗଲା ମହାୟୁତି। କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଶରଦ ପାୱାରଙ୍କ ଏନସିପ ତଳକୁ ଖସିଗଲା । ବାଲାସାହେବ ଥାକରେଙ୍କ ଲିଗାସି ବଞ୍ଚାଇବାରେ ଉଦ୍ଧବ ଫେଲ ହୋଇଥିବା ବେଳେ ମହାରାଷ୍ଟ୍ରରେ କ୍ଷମତା ବଜାୟ ରଖିଛି ମହାୟୁତି।

ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ। କାରଣ କୌଣସି ରାଜନୀତିକ ଦଳ ବିରୋଧୀ ଦଳର ନେତା ମାନ୍ୟତା ପାଇବାକୁ ନିର୍ବାଚନରେ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହାନ୍ତି। ବିଧାନସଭାର ନିୟମ ଅନୁଯାୟୀ, ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ। ସେହି ଅନୁସାରେ, ଶିବସେନା(ୟୁବିଟି), ଏନସିପି(ଏସ୍‌ପି) ଓ କଂଗ୍ରେସ ମଧ୍ୟରୁ ଯଦି କେହି ବି ଏକାକୀ ୨୯ଟି ଆସନ ଜିତିବାକୁ ସକ୍ଷମ ନ ହେବେ, ତା’ହେଲେ ବିରୋଧୀ ଦଳ ନେତା ପଦ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

Leave a Reply

Your email address will not be published. Required fields are marked *