ଇତିହାସ ରଚିଲା ଭାରତ ! ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ରଖିଲା ପାଦ
ଜହ୍ନ ମାମୁଁ ଘରେ ଭାରତ । ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଇତିହାସ ରଚିଲା ଭାରତ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କଲେ ଇସ୍ରୋ ମୁଖ୍ୟ । ଜହ୍ନରେ ପାଦ ଥାପିବା ପରେ ଚନ୍ଦ୍ରୟାନ ୩, ପ୍ରଥମ ମେସେଜ ପଠେଇଚି ଇସ୍ରୋ କୁ ଯେଉଁଥିରେ ସେ କହିଛି ଯେ ମୁଁ ପହଁଚିବାକୁଥିବା ଜାଗାରେ ମୁଁ ଏବଂ ଭାରତ ଭଲରେ ପହଂଚି ଯାଇଛି .
ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିସାରିଛି । ଏବେ ରୋଭର ପ୍ରଜ୍ଞାନ୍ ଏହା ଭିତରୁ ବାହାରକୁ ବାହାରିବ। ଏହା ଚାଲିବା ସମୟରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଓ ଇସ୍ରୋ ଲୋଗୋର ଛାପ ଛାଡ଼ିବ। ଚନ୍ଦ୍ରର ବାୟୁମଣ୍ଡଳରେ କଣ କଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ ।
ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର । ପ୍ରାୟ ୧୪ ଦିନ ଧରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ବିକ୍ରମ। ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ । ରୋଭର୍ ପ୍ରଜ୍ଞାନ କେବଳ ଲାଣ୍ଡର ବିକ୍ରମ ସହିତ ହିଁ ଯୋଗାଯୋଗ କରିପାରିବ। ଆଗରୁ ଯାଇଥିବା ଚନ୍ଦ୍ରଯାନ ୨ ଜରୁରୀ ସମୟରେ ଇସ୍ରୋ ସହିତ ଯୋଗାଯୋଗ କରିପାରିବ।